ଗ୍ରୀଷ୍ମ ପ୍ରଭାବ ରେ ସାରା ଓଡିଶା ତ୍ରାହି ତ୍ରାହି ଡାକୁଥିବା ବେଳେ ମାଲକାନଗିରି ରେ ଦେଖିବାକୁ ମିଳିଛି ପାନୀୟଜଳ ଉତ୍କଟ । ରାଜ୍ୟସରକାର ଜଳ ହିଁ ଜୀବନ ର ନାରା ଦେଉଥିବା ବେଳେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ଅନ୍ତରଗତ ଚମ୍ପାଖାରି ଗ୍ରାମରେ । ଏହି ଗ୍ରାମରେ ୧୨୦ ଟି ପରିବାର ରହିଥୁବା ବେଳେ ଲୋକ ସଂଖ୍ୟା ଏକ ହଜାର ରୁ ଉର୍ଦ୍ଧ ବସବାସ କରୁଛନ୍ତି କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ଯେ ଏମାନଙ୍କ ଶଶ ମେଣ୍ଟାଉଛି ଗ୍ରାମର ବିଦ୍ୟାଳୟରେ ଥିବା ଏକ ମାତ୍ର ନଳକୂପ ର ପାଣି ।
ସକାଳ ହେଲେ ପାଣି ମୁନ୍ଦାଏ ପାଇବା ପାଇଁ ବିଦ୍ୟାଳୟର ନଳକୂପ ରେ ଲାଗେ ଲମ୍ବା ଲାଇନ, ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଗୋଟିଏ ହାଣ୍ଡି ପାଣି ମିଳେ ତାହା ପରିବାର ସଦସ୍ୟଙ୍କୁ ଶଶ ମଣ୍ଟେଇ ପାରେ ନାହିଁ । ଏହି ପରି ସମସ୍ୟା ପ୍ରତିବର୍ଷ ଗ୍ରୀଷ୍ମ ଭାବରେ ଦେଖା ଉପୁଜେ । ଏହି ସମସ୍ୟା କୁ ନେଇ ଗ୍ରାମବାସୀ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ, ପିଇଓ ଙ୍କ ପର୍ଯ୍ୟନ୍ତ ଜଣାଇ ଥିଲେ ମଧ୍ୟ ପ୍ରଶାସନ ପାନୀୟଜଳ ସମସ୍ୟାର ସମାଧାନ ନ କରିବାରୁ ଆଜି ଗ୍ରାମବାସୀ ଗରା, ହାଣ୍ଡି ଧରି ଜୟପୁର ରୁ ମାଲକାନଗିରି ସଂଯୋଗ ଥିବା ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅବରୋଧ ପରେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗିଥିଲା ଏବଂ ତୁରନ୍ତ ଗ୍ରାମରେ ପହଞ୍ଚି ଅଚଳ ହୋଇଥିବା ନଳକୂପର ମରାମତି କରିବା ସହ ପ୍ରତିଦିନ ସକାଳେ ପାଇପ ଯୋଗେ ଗାଡ଼ିରେ ପାଣି ଜଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛି ପ୍ରଶାସନ ।




