ସତ୍ୟନାରାୟଣ କଲେଜରେ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୮%ହୃଷି କେଶ ପଣ୍ଡା ସତ୍ୟନାରାୟଣ ଟପର୍ (୯୪.୧୬ %)

ମାଲକାନଗିରି ତା. ୨୧/୦୫/୨୬ ଓଡିଶା ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦର ୨୦୨୬ ମସିହା +୨ ପରୀକ୍ଷାରେ ସତ୍ୟ ନାରାୟଣ କଲେଜର ସଫଳତାର ଛାତ୍ରଛାତ୍ରୀ ଅଧ୍ୟାପକ ଓ ଅଭିଭାବକ ମହଲରେ ଖୁସି ର ଲହରି ଖେଳି ଯାଇଛି । ଚଳିତ ବର୍ଷ ସାରା ରାଜ୍ୟର ବିଜ୍ଞାନ ପରୀକ୍ଷା ଫଳ ପାସ୍ ହାରରର ୮୮.୮୦ % ରହିଥିବା ବେଳେ ସତ୍ୟ ନାରାୟଣ ମହାବିଦ୍ୟାଳୟର ସଫଳତା ହାର ୯୯ % ରହିଛି । ସର୍ଵ ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଠି ମଧ୍ୟରୁତିନି ଜଣ ଛାତ୍ରଛାତ୍ରୀ ୯୦ % ରୁ ଉର୍ଦ୍ଧ୍ଷ ଯଥା ହୃଷିକେଶ ପଣ୍ଡା (୯୪.୧୬), ସନ୍ତୋଷ କୁମାର ଚୌଧୁରୀ (୯୧.୮୩) ଏବଂ ଭବାନୀ ଗଲୋରି (୯୧.୧୬) ରଖି ଥିବା ବେଳେ ୨୧ ଜଣ ଛାତ୍ରଛାତ୍ରୀ ୮୦ % ରୁ ଉର୍ଦ୍ଧ୍ବ, ୪୭ ଜଣ ଛାତ୍ରଛାତ୍ରୀ ୭୦ % ରୁ ଉର୍ଦ୍ଧ୍ବ ଏବଂ ୯୫ ଜଣ ଛାତ୍ରଛାତ୍ରୀ ୬୦ %ରୁ ଉର୍ଦ୍ଧ୍ବ ମାର୍କ ରଖି ଜିଲ୍ଲାରେ କୃତିତ୍ୱ ଅର୍ଜନ କରି ଅନୁଷ୍ଠାନର ନାମ ଉଜ୍ଵଳ କରିଛନ୍ତି । ଉକ୍ତ ପରୀକ୍ଷାରର ୭୫.୩୯% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧.୪୨ % ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ଏବଂ ୦.୨୩ % ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାରେ ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏମାନେ ନିଜର ସ୍ଥାନ ସ୍ଥିର କରିପାରିଛନ୍ତି। ମାଲକାନଗିରି ଭଳି ଏକ ଆଦିବାସୀ ଅଧୁସିତ ଜିଲ୍ଲାର ଏହିଭଳି ଏକ ସଫଳତା ବିରଳ ଏବଂ ପ୍ରଶଂସନୀୟ ।

ଏହି ସଫଳତା ଦ୍ଵାରା ସତ୍ୟ ନାରାୟଣ କରେଜ ଜିଲ୍ଲାରେ ତଥା ରାଜ୍ୟରେ ନିଜର ସ୍ଵତନ୍ତ୍ର ପରି ଚୟ ସୃ ଷ୍ଟି କରିପାରିଛି । ଏହି ସଫଳତା ପଛରେ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟବସାୟ, ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଅକ୍ଲାନ୍ତ ଉଦ୍ୟମ ରହିଛି ବୋଲି ସତ୍ୟ ନାରାୟଣ ଗୁପ ଅଫ୍ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ ମତପ୍ରକାଶ କରିଛନ୍ତି । ଏହି ସଫଳତା ନିମନ୍ତେ ସେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଜଣାଇବା ସହ ଆଗାମୀ ଭବିଷ୍ୟତ ରେ ସତ୍ୟ ନାରାୟଣ କରେଜ ଏହି ଭଳି ସଫଳତା ଜିଲ୍ଲା ବାସୀଙ୍କୁ ଦେବାର ସକ୍ଷମ ହେବ ବୋଲି ଶ୍ରୀମତୀ ପାଣିଗ୍ରାହୀ ମତବ୍ୟକ୍ତ କରିବା ସହ ନିଜର ଖୁସିକୁ ଜାହିର କରିଛନ୍ତି। ବିଶେଷ କରି ସତ୍ୟ ନାରାୟଣର ସ୍ଵତନ୍ତ୍ରତା ହେଉଛି ଏଠାରେ ମାଧ୍ୟମିକ ପରୀକ୍ଷାରର କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଉଚ୍ଚମାଧ୍ୟମିକ ପରୀକ୍ଷାରେ ନିଶ୍ଚିତ ରୂପେ ଅଧିକା ମାର୍କ ରଖି ଉତ୍ତୀର୍ଣ୍ଣ ହୁଅନ୍ତି ଯାହାକି ପ୍ରତି ବର୍ଷ ମାରେଇକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଏହି ଅନୁଷ୍ଠାନରେ ଆଡମିସନ କରିବାରେ ପ୍ରେରଣା ଦେଇଥାଏ। ଅନୁଷ୍ଠାନର ୯୦ % ରୁ ଉର୍ଦ୍ଧ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ସେମାନଙ୍କ ମାଧ୍ୟମିକ ପରୀକ୍ଷାରେ ଯଥାକ୍ରମେ ୮୪%, ୭୦% ଏବଂ ୬୮% ରଖି ଥିବା ବେଳେ ସେମାନଙ୍କ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୯୪.୧୬%, ୯୨%, ଏବଂ ୯୧.୧୬% ରଖି ଏକ ବିରଳ ଉଦାହରଣ ରଖି ପାରିଛନ୍ତି।

Leave a Reply

Your email address will not be published. Required fields are marked *