ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ; ୨୩ ରୁମ୍‌ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌

ସୌମ୍ୟ ରଞ୍ଜନ ସାହୁ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଅମାପ ସମ୍ପତ୍ତି ଠାବ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ବହୁ ମୂଲ୍ୟବାନ ସମ୍ପତ୍ତିର ସନ୍ଧାନ ମିଳିଛି। ଭିଜିଲାନ୍ସର ପ୍ରାଥମିକ ସୂଚନା ଅନୁଯାୟୀ, କୋରାପୁଟ ସହରରେ ସଂଜୟ କିସପଟ୍ଟାଙ୍କର ୨୩ଟି କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ରହିଛି। ଏହାଛଡ଼ା କୋରାପୁଟରେ ଏକ ନିର୍ମାଣାଧୀନ କୋଠା ସହ ୫ଟି ଦାମୀ ପ୍ଲଟ୍‌ ଠାବ ହୋଇଛି। ସେହିପରି ରାଉରକେଲାରେ ୨ଟି ଓ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍‌ ଥିବା ଜଣାପଡ଼ିଛି।


ଏହା ବ୍ୟତୀତ ତାଙ୍କ ନାମରେ ଗୋଟିଏ ଚାରିଚକିଆ ଏବଂ ଗୋଟିଏ ଦୁଇଚକିଆ ଯାନ ମଧ୍ୟ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସଂଜୟ କିସପଟ୍ଟା ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ସମ୍ପତ୍ତିର ମୂଲ୍ୟ ଆକଳନ ଓ ଅନ୍ୟାନ୍ୟ ଦସ୍ତାବିଜର ଯାଞ୍ଚ ଜାରି ରହିଛି।

Leave a Reply

Your email address will not be published. Required fields are marked *