ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଅସନ୍ତୋଷ ପ୍ରକାଶ କଲେ ବନ୍ୟା ବିପନ୍ନ

ଯାଜପୁର,୪/୮(ଚିନ୍ମୟ ନାୟକ): ଉପ ମୁଖ୍ୟମନ୍ତ୍ରୀ ଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସମୟ ରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଯାଜପୁର ଜିଲ୍ଲା ଗ୍ରସ୍ତ ରେ ଆସି ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଚନ୍ତି। ବନ୍ୟାଞ୍ଚଳ ପରିଦର୍ଶନ ସମୟ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ବଡ଼ଚଣା ବ୍ଲକ ର ଚାରିନଙ୍ଗଳ, ଗୋପାଳପୁର , ମଝିପଡ଼ା ପଞ୍ଚାୟତ ଭଳି ବିଭିନ୍ନ ପଞ୍ଚାୟତ ରେ ବନ୍ୟାଜଳ ଘେରରେ ରହିଥିବା ବେଳେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଗୋପାଳପୁର ପଞ୍ଚାୟତ ର ବହୁ ଲୋକେ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ।ବନ୍ୟା ପ୍ରଭାବିତ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପାଲ ଖଣ୍ଡେ ଦିଆ ଯାଇ ନାହିଁ।

ପ୍ରଶାସନ ପକ୍ଷରୁ କୌଣସି ସହାୟତା ଦିଆ ଯାଇନି।ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାଯାଇନି ଯାହାକୁ ନେଇ ସ୍ଥାନୀୟ ଲୋକେ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ଜିଲ୍ଲାପାଳ, ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ବିଭିନ୍ନ ସ୍ଥାନରେ ଲୋକ ମାନେ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ଉପ ମୁଖ୍ୟମନ୍ତ୍ରୀ କହଛନ୍ତି ଲୋକ ଙ୍କ ଯେଉଁ ସମସ୍ୟା ରହିଛି ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *