ଆଜି ମୟୂରଭଞ୍ଜର ରାଇରଙ୍ଗପୁର ସ୍ଥିତ ମହତାବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ପିଏମ୍ କିଷାନ ଉତ୍ସବ ଦିବସ’ ରେ ଯୋଗଦେଇଥିଲି। ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ‘ପିଏମ-କିଷାନ’ ଯୋଜନାର ୨୩ତମ କିସ୍ତି ଜରିଆରେ ଦେଶର ୯.୪୪ କୋଟି ଚାଷୀଙ୍କ ଖାତାକୁ ₹୧୮,୮୮୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ପଠାଇଛନ୍ତି।ଏଥିରେ ଓଡ଼ିଶାର ୩୪.୬ ଲକ୍ଷରୁ ଅଧିକ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ୬୯୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀମାନଙ୍କ କଲ୍ୟାଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିରେ ମୋ ସହ ଓଡ଼ିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ମହୋଦୟ ମଧ୍ୟ ଉପସ୍ଥିତ ରହିଥିଲେ।
କୃଷି ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ ଏବଂ ଚାଷୀ ଭାଇଭଉଣୀମାନେ ଆମର ଅନ୍ନଦାତା। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ କେବଳ ଚାଷୀଙ୍କ ହାତକୁ ମଜବୁତ କରିବ ନାହିଁ, ବରଂ ଆଗାମୀ ଚାଷ ସମୟରେ ସେମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ କିଣିବାରେ ବେଶ୍ ସହାୟକ ହେବ।
ଚାଷୀମାନଙ୍କ ସାମଗ୍ରିକ ବିକାଶ ଏବଂ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଦାସର୍ବଦା ପ୍ରତିବଦ୍ଧ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଓଡ଼ିଶାର ସମସ୍ତ କୃଷକ ସମାଜ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।




